ଇତିହାସ ରଚିଲା ଭାରତୀୟ ବେସାମରିକ ବିମାନ ଚଳାଚଳ ସେବା।କାରଣ ଗୋଟିଏ ଦିନରେ ୫ ଲକ୍ଷ ରୁ ଅଧିକ ଯାତ୍ରୀ ବିମାନ ଯାତ୍ରା କରିଛନ୍ତି। ଭାରତରେ ଏଭଳି ଏକକ ବିରଳ ରେକର୍ଡ କୁ ବିମାନ ଚଳାଚଳ ବିଭାଗ ସୂଚନା ଦେଇଛନ୍ତି। ଗତ କାଲି ନଭେମ୍ବର ମାସ ୧୭ ତାରିଖ ରବିବାର ଦିନ ପ୍ରାୟ ୫ ଲକ୍ଷ ୫ହଜାର ୪୧୨ ଜଣ ଯାତ୍ରୀ ଭାରତରେ ବିମାନ ଯାତ୍ରା କରିଛନ୍ତି।
ଦେଶବ୍ୟାପୀ ପାର୍ବଣ ଚାଲୁଥିବାରୁ ଅଧିକ ସଂଖ୍ୟକ ଲୋକମାନେ ବିମାନ ଯାତ୍ରା କରୁଥିବାର ଜଣାପଡିଛି। ଦିପାବଳୀ ସମୟରେ ପ୍ରାୟ ୪ ଲକ୍ଷ ଲୋକ ବିମାନ ଯାତ୍ରା କରିଥିଲେ। ଗୋଟିଏ ଦିନରେ ୩,୧୭୩ଟି ବିମାନ ଉଡାଣ ରେକର୍ଡ ସୃଷ୍ଟି କରିଥିଲା। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଏହା ଭାରତୀୟ ବିମାନ ସେବା ପାଇଁ ଶୁଭ ସଙ୍କେତ ଅଟେ।