Site icon Enews Odia

ଆଉ ଏକ ଲଘୁଚାପ ! ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। କମିବ ତାପମାତ୍ରା ବଢିବା ଶୀତ ।

ଭୂବନେଶ୍ଵର : ଆଉ ଏକ ଲଘୁଚାପ ରାଜ୍ୟରେ କମିବ ତାପମାତ୍ରା ଆଉବଢିବ ଶୀତ।୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ।ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି, ହୋଇପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ।୨୧ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି।

କିଛି ଦିନ ହେବ ବହୁତ ଶୀତ ଅନୁଭୂତ ହେଉଅଛି। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ରେ କିଛି ବଡ଼ ପରିବର୍ତ୍ତନ ହେବନାହିଁ।୨ ଦିନ ପରେ ୨ ରୁ ୪ ଡିଗ୍ରୀ ତାପମାତ୍ରା କମିବାର ସମ୍ଭାବନା ରହିଛି। ତାପମାତ୍ରା ହ୍ରାସ ପାଇବା ସହିତ ରାଜ୍ୟରେ ପଡ଼ିବ ଶୀତ। ଓଡ଼ିଶାରେ ଶୀତ ହେବା ସହିତ ଅନ୍ୟ ଅଞ୍ଚଳରେ ଶୀତ ଅନୁଭୂତ ହେଉଅଛି। ତେବେ ଆଗାମୀ ଡ଼ିସେମ୍ବର ଓ ଜାନୁଆରୀ ମାସରେ ଅଧିକ ଶୀତ ପଡ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ଭୂବନେଶ୍ଵର ରେ୧୬.୧ ଡିଗ୍ରୀ କଟକରେ ତାପମାତ୍ରା ୧୬ ଡିଗ୍ରୀ ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ପାହାଡିଆ ଅଂଚଳରେ ତାପମାତ୍ରା ଜି ଉଦୟଗିରି ରେ୬.୬ ଡିଗ୍ରୀ ରେକର୍ଡ କରିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବରଗଡ଼, ସମ୍ବଲପୁର, କଳାହାଣ୍ଡି ଓ ଝାରସୁଗୁଡ଼ା ର କିଛି ସ୍ଥାନରେ ଅଳ୍ପ ଧରଣର କୁହୁଡି ଦେଖାଯିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ

Exit mobile version