Site icon Enews Odia

ଆରପାରି ରେ ବରିଷ୍ଠ ବିଜେପି ନେତା ସମୀର ଦେ ।

ଭୂବନେଶ୍ଵର:ଆରପାରିରେ ବିଜେପି ର ବରିଷ୍ଠ ନେତା ସମୀର ଦେ ।୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ସେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍ ପରିଚିତ।୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେଡି ଓ ବିଜେପି ମେଣ୍ଟ ସରକାର ସମୟରେ ସେ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ରହିଥିଲେ। କଟକରୁ ୩ ଥର ବିଧାନସଭା କୁ ନିର୍ବାଚିତ ହୋଇଥିଲେ।

ସମୀର ଦେ ଙ୍କ ପରଲୋକ ସୂଚନା ଦେଇ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ କ ମାଝୀ ଲେଖିଛନ୍ତି ଯେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖୀତ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ଅମର ଆତ୍ମାର ସ୍ଥିତି କାମନା କରନ୍ତୁ। ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବବ ପାଇଁ କହିଥିଲେ

Exit mobile version