Site icon Enews Odia

କଂଗ୍ରେସ ସାଂସଦ ପପୁ ଯାଦବ ଙ୍କୁ ଜନ୍ମଦିନ ପୂର୍ବରୁ ମାରିଦେବା ର ଧମକ ।

ବିହାର: ପୁଣ୍ଣିଆ ଲୋକସଭା ସାସଂଦ ତଥା ବିହାର ପ୍ରଦେଶର ହେଭିୱଟ୍ କଂଗ୍ରେସ ସାସଂଦ ପପୁ ଯାଦବ ଙ୍କୁ ହତ୍ୟା କରିବାର ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଠାରୁ ଆସିଛି । ଧମକ ରେ କୁହାଯାଉଛି ସାସଂଦ ଙ୍କ ର ଆଗକୁ ଆସୁଥିବା ଜନ୍ମଦିନ ପୂର୍ବରୁ ତାଙ୍କୁ ହତ୍ୟା କରାଯିବା । ଧମକ ଆସିଥିବା ଫୋନ୍ ନମ୍ୱର୍ କୁ ଯାଞ୍ଚ କଲେ ଏହା ପାକିସ୍ଥାନ ର ନମ୍ବର ଜଣାପଡ଼ୁଛି।

ଧମକ ଦେଇଥିବା ବ୍ୟକ୍ତି ଆଉ ଏକ ଭିଡିଓ ହ୍ୱଟସ୍ଆପ ରେ ମଧ୍ୟ ପଠାଇଛି , ଡିସେମ୍ବର ୨୪ ରେ ହେବାକୁ ଥିବା ଜନ୍ମଦିନ ପୂର୍ବରୁ ହତ୍ୟା କରାଯିବାର ଧମକ ଦେଇଛି।ଏହି ଧମକରେ ପପୁ ଯାଦବ ଭୟଭୀତ ନ ହୋଇ ଧମକ କୁ ଚ୍ୟାଲେଞ୍ଜ ସହ ଗ୍ରହଣ କରିଛନ୍ତି।

Exit mobile version