ଭୂବନେଶୂର ଓଡ଼ିଶା କଂଗ୍ରେସ ର ସଭାପତି ପାଇଁ ଚାଲିଥିବା ଚୟନ ପକ୍ରିୟାରେ କେବେ ପୂର୍ଣ୍ଣଛେଦ ପଡିବ ! ରଜ୍ୟ କଂଗ୍ରେସ ର ସଭାପତି ଚୟନ ପାଇଁ ଓଡ଼ିଶା ଆସିଛନ୍ତି ଛତିଶଗଡ଼ର ବିରୋଧୀ ଦଳର ନେତା ଚରଣ ଦାସ ମହନ୍ତ ଓ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନ ।
ଓଡ଼ିଶା କଂଗ୍ରେସ ର ସଭାପତିଙ୍କ ଇତିହାସ ଦେଖିଲେ ଯଥା – ଗୋପବନ୍ଧୁ ଦାସଙ୍କ ଠାରୁ ଆରମ୍ଭ କରି ଶରତ ପଟ୍ଟନାୟକ ପ୍ରର୍ଯ୍ୟନ୍ତ ଦଳ ଉତ୍ଥାନ ପତନ ଦେଇ ଗତି କରିଛି , ୧୯୯୯ ମହାବାତ୍ୟା ର ମାଡ଼ ଠାରୁ କଂଗ୍ରେସ ଦଳର ଅଣ୍ଟା ଏପରି ଭାଙ୍ଗିଛି ଯେ ଦଳ ଏ ପ୍ରର୍ଯ୍ୟନ୍ତ ଯେତେକ ସଭାପତି ଆସିଛନ୍ତି କେହି ବି ଦଳକୁ ସୁଦୃଢ କରିବାରେ ସଫଳ ହୋଇ ପାରି ନାହାନ୍ତି ! ଆଗକୁ ଦେଖିବାରେ ରହିଲା ଦଳ ବିଗତ ସଭାପତି ମାନେ ଶାସକ ବିଜେଡି ସରକାରଙ୍କ ସହିତ ମୁକାବିଲା କରିବା ବେଳେ ଏଥର ସଭାପତି ସିଧାସଳଖ ଜାତୀୟ ଦଳ ବିଜେପି ସରକାର ସହିତ ମୁକାବିଲା କରିବାକୁ ହେବ , ଦେଖାଯାଉ ରାଜ୍ୟରେ ଦଳ ସୁଦୃଢ ହେବାପାଇଁ ଏଇ ଗୁରୁ ଦାୟିତ୍ବ କାହାକୁ ଦେଉଛି ଭକ୍ତ ଚରଣ ଦାସ, ମହମ୍ମଦ ମୋକିମ୍ , ଶ୍ରୀକାନ୍ତ ଜେନା ଓ ତାରା ବାହିନୀପତି ଙ୍କ ନା ଚର୍ଚ୍ଚା ରହିଛି।Odisha Pradesh Congress CommitteOdisha Pradesh Congress Committe