Site icon Enews Odia

ତାଲିବାନ ପ୍ରତିରକ୍ଷା ମନ୍ତ୍ରୀଙ୍ ଓ ଭାରତୀୟ ଅଧିକାରୀଙ୍କ ମଧ୍ୟରେ କାବୁଲ ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି |

ନୂଆଦିଲ୍ଲୀ: ଆଫଗାନିସ୍ତାନ ସହ ଯୋଗାଯୋଗ ଓ ସମ୍ପର୍କକୁ ଆଗକୁ ବଢ଼ାଇବା ଏକ ପ୍ରୟାସ କରାଯାଇଛି । ଏକ ପ୍ରମୁଖ ବିକାଶରେ ଭାରତୀୟ  ବୈଦେଶିକ ମନ୍ତ୍ରଣାଳୟର ସୂଚକ ବୁଧବାର ପ୍ରଥମ ଥର ପାଇଁ ତାଲିବାନ କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ୟାକୁବ ମୁଜାହିଦ୍ଙ୍କ ସହ ଆଲୋଚନା କରି ଉଭୟ ପକ୍ଷ ମଧ୍ୟରେ ସୁ-ସମ୍ପର୍କ ବିସ୍ତାର କରିବାର ଉପାୟ ଉପରେ ଆଲୋଚନା କରିଛନ୍ତି। ମହମ୍ମଦ ୟାକୁବ ମୁଜାହି ତାଲିବାନର ପୂର୍ବତନ ସର୍ବୋଚ୍ଚ ନେତା ତଥା ଆଫଗାନିସ୍ତାନର ଏମିର ମୁଲ୍ଲା ଓମାରଙ୍କ ପୁଅ।
ୟାକୁବ ଏବଂ ଏମଏ ଯୁଗ୍ମ ସଚିବ ଜେପି ସିଂଙ୍କ ମଧ୍ୟରେ ବୁଧବାର ଦିନ କାବୁଲରେ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନକୁ ପରିଚାଳନା କରୁଥିବା ଜେପି ସିଂ ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଞ୍ଜାଇଙ୍କୁ ମଧ୍ୟ ଭେଟିଛନ୍ତି। ଚଳିତ ବର୍ଷ କାବୁଲକୁ ଭାରତୀୟ ଅଧିକାରୀଙ୍କ ଦ୍ୱିତୀୟ ଗସ୍ତ ଥିଲା।
ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ସହିତ ଭାରତ ଯୋଗାଯୋଗକୁ ଆହୁରି ତ୍ୱରାନ୍ୱିତ କରିଛି, ଯେଉଁ ନାମରେ ତାଲିବାନ 2021 ମସିହାରେ କାବୁଲ ଦଖଲ କରିବା ପରଠାରୁ ଦେଶ ଉପରେ ଶାସନ କରିଆସୁଛି।ଆଶା କରାଯାଉଛି ଏହି ବୈଠକ ପରେ ଭାରତ-ଆଫ୍(ତାଲିବାନ) ସମ୍ପର୍କରେ ସୁଧାର ଆସିବା ସହ ବାଣିଜ୍ୟ ନୀତି ରେ ମଧ୍ୟ ସୁଧାର ଆସିବ ।

Exit mobile version