ନୟାଗଡ଼: ନୟାଗଡ଼ ଜିଲ୍ଲା ନାଉଗାଁ ଥାନା ସୋରଡ଼ା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ଦିନ ୧୧ ଟା ସମୟରେ ନୟାଗଡ଼ ଠାରୁ ଭୂବନେଶ୍ଵର ଆସୁଥିବା ବସ୍ ୪୦ ଜଣ ଯାତ୍ରୀ ଙ୍କୁ ଧରି ଭୂବନେଶ୍ଵର ଆସୁଥିବା ସମୟରେ ନୂଆଗାଁ ଥାନା ଅର୍ନ୍ତଗତ ସୋରଡା ଛକରେ ବସ୍ ତାର ଭାରସାମ୍ୟ ହରାଇ ଏକ ଗଛ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଚାଳକ ବୀରେନ ସାହାଣୀ ଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ସିଲୁ ସାହାଣୀ ଗଭୀର ଆହତ ପାଇଁ ଗୁରୁତର ହୋଇଛନ୍ତି ।