
ଚିଟାଗଙ୍ଗ: ଫେସବୁକ ରେ ହିନ୍ଦୁ ବିରୋଧୀ ପୋଷ୍ଟ କୁ ନେଇ ବାଂଲାଦେଶ ର ବନ୍ଦର ସହର ଚିଟାଗଙ୍ଗ ରେ ତୀବ୍ର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛ, ସୂଚନା ମୁତାବକ ବାଂଲାଦେଶ ର ଜଣେ ମୁସଲମାନ ଯୁବକ ଫେସବୁକ ମାଧ୍ୟମରେ ହିନ୍ଦୁ ଧର୍ମ ବିରୋଧରେ ପୋଷ୍ଟ କରିଥିଲା ଯାହାର ପ୍ରତିବାଦରେ ବାଂଲାଦେଶ ର ହିନ୍ଦୁ ସଂଗଠନ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଥାନା ଆଗରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ଓ ସେନା ବାହିନୀ ଆକ୍ରମଣ କରିଛି , ଏହି ଆକ୍ରମଣ କୁ ଆନ୍ତର୍ଜାତୀୟ ହିନ୍ଦୁ ସଂଗଠନ ତୀବ୍ର ସମାଲୋଚନା କରିଛି । ଯୁବକ ଜଣଙ୍କ ଇସ୍କନ୍ ବିରୋଧରେ ଫେସବୁକ ରେ ପୋଷ୍ଟ କରି ଇସ୍କନ୍ କୁ ଅସିଦ୍ଧ ଘୋଷାଣା କରିବାକୁ ଦାବି କରିଥିଲେ ।
କିଛି ସମୟ ମଧ୍ୟରେ ସମଗ୍ର ଅଞ୍ଚଳ ସୁରକ୍ଷା କର୍ମୀ – ହିନ୍ଦୁ ଜନତା ମଧ୍ୟରେ ରଣକ୍ଷେତ୍ର ପାଲଟି ଯାଇଥିଲା, ରାତି ଅଧରେ ସେନା ଓ ପୋଲିସ ମିଶି ହିନ୍ଦୁ ମାନେ ବାସ କରୁଥିବା ଅଞ୍ଚଳରେ ସିସିଟିଭି ଭାଙ୍ଗି ହିନ୍ଦୁ ମାନଙ୍କର ଘରେ ପଶି ସେମାନଙ୍କୁ ଘରୁ ଟାଣି ଆଣି ମାଡ଼ ମାରିବା ସହ ଗିରଫ କରି ଥିଲା , ଯାହା ସ୍ଥାନୀୟ ଖବରକାଗଜ ରେ ପ୍ରକାଶିତ ପାଇଛି ।