Site icon Enews Odia

ବିଦ୍ୟୁତ୍ ଓ ବନ ବିଭାଗର ତୃଟିପୂର୍ଣ୍ଣ ପେଟ୍ରୋଲିଙ୍ଗ୍ ପାଇଁ ଅକାଳ ରେ ମୃତ ବରଣ କଲେ ୩ ହାତୀ।

ସମ୍ବଲପୁର: ବଡ ଦୁଃଖ ର ଖବର ଆଜି ସକାଳେ ସମ୍ବଲପୁର ଜିଲ୍ଲାର ନାକଟି ଦେଉଳ ଜଙ୍ଗଲରେ ତିନୋଟି ହାତୀ  ଦୁର୍ଭାଗ୍ୟ ଜନକ ଭାବରେ ମୃତ ଘଟିଛି । ବନବିଭାଗ ଓ ବିଦ୍ୟୁତ୍ କର୍ମଚାରୀଙ୍କ ପେଟ୍ରୋଲିଙ୍ଗ ତୃଟି ଯୋଗୁଁ ଏଭଳି ହୋଇଛି ବୋଲି କହିଛନ୍ତି ବନ୍ୟପ୍ରାଣୀ PCCF।ସେ କହିଛନ୍ତି ବାରାହା ଶିକାର ପାଇଁ ବିଛାଯାଇଥିବା ତାରରେ ଲାଗି ତିନୋଟି ହାତୀଙ୍କ ମୃତ୍ୟୁ ଘଟିଛି।

ବିଦ୍ୟୁତ ବିଭାଗ ସହିତ ବନବିଭାଗ ର ପେଟ୍ରୋଲଙ୍ଗ ଠିକ୍ ଭାବରେ କରାଯାଇ ନାହିଁ । ଯାହାର ପରିଣାମ ସ୍ୱରୂପ ୩ ଟି ହାତୀ ମୃତ ବରଣ କଲେ ସମ୍ପୃକ୍ତ ଘଟଣାର ତଦନ୍ତ ପାଇଁ ICCF ଓ RCCF କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆଧାରରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସରକାର ଙ୍କୁ ସୁପାରିଶ କରାଯିବ ।ଆଜି ସକାଳେ ସମ୍ବଲପୁର ନାକଟି ଦେଉଳ ରେଞ୍ଜ ର ବରମାଲ ଜଙ୍ଗଲରେ ତିନୋଟି ହାତୀଙ୍କର ମୃତ୍ୟୁ ଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ପରେ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ ମୃତ ହାତୀଙ୍କ ମଧ୍ୟରେ ଦୁଇଟି ବଡ଼ ହାତୀ ଗୋଟିଏ ଛୁଆ ହାତୀ ରହିଛି। ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସରକାର ଙ୍କୁ ସୁପାରିଶ କରାଯିବ।

Exit mobile version