Site icon Enews Odia

ବିବାହ କୁ ନା କହିବା ରୁ ଅଙ୍ଗନବାଡ଼ି ଦିଦିଙ୍କୁ ହତ୍ୟା ।

ସୁନ୍ଦରଗଡ଼: ଆଜିର ଦୁନିଆରେ ପ୍ରେମର ପ୍ରକୃତ ଅର୍ଥ ଜଣା ନାହିଁ ଜବରଦସ୍ତ ଭଲପାଇବା ଯଦି ଝିଅଟି କୌଣସି କାରଣରୁ ମନା କରିଦିଏ ତା ଉପରେ ବଳ ପ୍ରୟୋଗ କରିବା । ବଳ ପ୍ରୟୋଗ ପରେ ବି ଯଦି ଝିଅ ରାଜି ନ ହୁଏ ତେବେ ତା ଉପରେ ନିଆ ଯାଏ ପ୍ରତିଶୋଧ, ପ୍ରତିଶୋଧ ରୁ ବଳାତ୍କାର ଆଉ ବଳାତ୍କାର ରୁ ହତ୍ୟା ।

ଠିକ୍ ଏଇମିତି ଏକ ଘଟଣା ଘଟି ଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅଞ୍ଚଳ ଜୁମୁଲା ବାହାଲ ପୁରୁଣା ଗାଁ ର ଅଙ୍ଗନବାଡ଼ି ଦିଦି କୁ ହତ୍ୟା କରାଯାଇଛି। ସୁଚନା ମୁତାବାକ ଉକ୍ତ ଗ୍ରାମର ଶରତ କଉଡ଼ି ନାମକ ଜଣେ ଯୁବକ ସେଠାକାର ଅଙ୍ଗନବାଡ଼ି ଦିଦି ଦିବ୍ୟା ଅଢା ଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ , ହେଲେ ଅଙ୍ଗନବାଡ଼ି ଦିଦି ଏହି ପ୍ରସ୍ତାବକୁ ମନା କରିଦେବାରୁ ଏହାର ପ୍ରତିଶୋଧ ନେବାପାଇଁ ଦିବ୍ୟା ଅଙ୍ଗନବାଡ଼ିରୁ ଫେରୁଥିବା ସମୟରେ ପାଖରେ ଥିବା ଜଙ୍ଗଲ ନିକଟରେ ଶରତ ଏକ ଫାର୍ସା ସାହାଯ୍ୟ ରେ ଦିବ୍ୟା ଙ୍କୁ ହତ୍ୟା କରାଯାଇ ଥିବା ର ଅଭିଯୋଗ ହେଇଛି । ଅଭିଯୋଗ ପର ଠାରୁ ଉକ୍ତ ଆସାମି ଗାଁ ରୁ ଫେରାର ହୋଇ କେଉଁ ଆଡେ ପଳେଇଛି , ଏବେ ସମ୍ପୃକ୍ତ ଘଟଣା ର ଛାନଭିନ୍ ପୋଲିସ କରୁଛି ।

Exit mobile version