ବଲିଉଡ ଅଭିନେତା ସଲମାନ ଖାନ ପୁଣି ଥରେ ଲରେନ୍ସ ଗ୍ୟାଙ୍ଗଙ୍କଠାରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ପାଇଛନ୍ତି। ମୁମ୍ବାଇର ଟ୍ରାଫିକ ନିୟନ୍ତ୍ରଣ କକ୍ଷରେ ସଲମାନଙ୍କ ପାଇଁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା। ଏହି ବାର୍ତ୍ତା ଗୁରୁବାର ରାତି ପ୍ରାୟ 12 ଟା ସମୟରେ ଏହା ଆସିଥିଲା । ଧମକରେ ଏହା ଲେଖାଯାଇଅଛି ଯେ – ଯେଉଁ ଲେଖକ ସଲମାନ୍ ଓ ଲରେନ୍ସ ଗ୍ରୃଫ୍ କୁ ନେଇ ଗୀତ ଲେଖିଛି ତାଙ୍କୁ ଅମେ ଗୋଟିଏ ମାସ ଭିତରେ ହତ୍ୟା କରିବୁ , ଯଦି ସଲମାନ୍ ଖାନ୍ ର ହିମତ ଅଛି ତେବେ ଗୀତ ଲେଖକ କୁ ବଞ୍ଚାଉ। ଏହି ମାମଲାରେ ମୁମ୍ବାଇ ପୋଲିସ୍ ଜଣେ ଅଜଣା ବ୍ୟକ୍ତି ନାମରେ ମାମଲା ରଜୁ କରିଛି । ଯେଉଁ ନମ୍ବର ରୁ ଧମକ ଆସିଥିଲା ପୋଲିସ ଏବେ ସେହି ବ୍ୟକ୍ତି ଙ୍କୁ ଖୋଜିବାରେ ବ୍ୟସ୍ତ ଅଛି ।