ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ରେ ଆମ୍ବ ଟାକୁଆ ଖାଇ ଦୁଇ ଆଦିବାସୀ ମହିଳାଙ୍କ ମୃତ୍ୟୁ ହେବା ଓ ୮ ଜଣ ଗୁରୁତର ଅସୁସ୍ଥ ହବା ଘଟଣା କୁ ବିରୋଧ କରି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ସରକାର ଙ୍କୁ ତିବ୍ର ସମାଲୋଚନା କରିଛନ୍ତି । ଆଜି ଶ୍ରୀ ମହାପାତ୍ର କନ୍ଧମାଳ ଜିଲ୍ଲାର ମଣ୍ଡିପକା ଗ୍ରାମକୁ ଯାଇ ମୃତକ ଓ ଅସୁସ୍ଥ ଲୋକଙ୍କ ପରିବାର କୁ ଯାଇ ଭେଟିଥିଲେ। ପରିବାରରେ ସଦସ୍ୟ ମାନଙ୍କ ଠାରୁ ପଚାରି ବୁଝିଥିଲେ କେଉଁ ପରିସ୍ଥିତିରେ ଆମ୍ବ ଟାକୁଆ ଖାଇଲେ। ମାସିକ ରାସନ୍ ୫ କେଜି ଚାଉଳ କ୍ଷୁଦା ନିବାରଣ ରେ ବିଫଳ ହେଉଛି ନା ଚାଉଳ ଯୋଗାଣ ରେ ଅନିୟମିତତା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ତାଙ୍କ ସହ ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ଉପସ୍ଥିତ ଥିଲେ। କେଉଁ ପରିସ୍ଥିତିରେ ଗ୍ରାମବାସୀ ଆମ୍ବଟାକୁଆ ଖାଇଥିଲେ ସେନେଇ ପଚାରି ବୁଝିଥିଲେ।
ପରବର୍ତ୍ତୀ ସମୟରେ ଫୁଲବାଣୀସ୍ଥିତ ହୋଟେଲ୍ “ସାଲୁଙ୍କୀ” ରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ଏହି ସାମ୍ବାଦିକ ସମ୍ମିଳନୀରେ ସରକାର ଙ୍କ ବିଫଳତା କୂ ସମାଲୋଚନା କରି କହିଥିଲେ ଏହା ଓଡିଶା ପାଇଁ ଲଜ୍ଜାଜନକ ଏଥିପାଇଁ ଓଡ଼ିଶାର ପ୍ରତି ଛବି ଖରାପ ହବାରେ ଲାଗୁଛି । ଆମ୍ବ ଟାକୁଆ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ସରକାର ସଫେଇ ଦେଇଥିଲେ ତାହା କୁ ଶ୍ରୀ ମହାପାତ୍ର ମୂଖ୍ୟମନ୍ତ୍ରୀ ଙ୍କୁ ପରିହାସ କରି ପଚାରନ୍ତି – ଆପଣ ବି ଜଣେ ଆଦିବାସୀ ସମ୍ପ୍ରଦାୟର ଆପଣ କ’ଣ ଆମ୍ବ ଟାକୁଆ ଖାଉଛନ୍ତି ! ଏଥିସହ ମାଣ୍ଡପା ଗ୍ରାମ ର ଦରିଦ୍ର ଉତ୍କଟ ରୂପ ଧାରଣ କରିଛି। ଦରିଦ୍ରତା ଯୋଗୁଁ ଗ୍ରମର ୮୦ ପ୍ରତିଶତ ଯୁବକ ଦାଦନ ଖଟିବା ପାଇଁ ବାହାରକୁ ଯାଉଛନ୍ତି ଯାହା ଫଳରେ ମାଣ୍ଡିପଙ୍କା ଗ୍ରମ ପୁରୁଷ ଶ୍ୟୁନ୍ ହୋଇ ପଡ଼ିଛି ।