Site icon Enews Odia

ରାଜଧାନୀରେ ନିର୍ମାଣ ହେବ ଫ୍ଲାଇଓଭର,ରିଙ୍ଗ ରୋଡ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ।

ଭୁବନେଶ୍ୱର:ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ଉପସ୍ଥାପନ ରଖାଯାଇଛି ।ରାଜଧାନୀ ଭୁବନେଶ୍ଵର ରେ ଜନସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଉଥିବାରୁ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗାଡ଼ି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ସହଜ କରିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି।

ଏହି ଆଲୋଚନାରେ ଭୁବନେଶ୍ଵର ଜୟଦେବ ବିହାର – ନନ୍ଦନକାନନ ନୂତନ ରାସ୍ତା, ସୁନ୍ଦରପଦା-ଜଟଣୀ ରାସ୍ତାର ଉନ୍ନତିକରଣ, କଳ୍ପନା ଛକ-ମ୍ୟୁଜିଅମ-ଧଉଳି-ତମାଣ୍ଡୋ ପର୍ଯ୍ୟନ୍ତ ରିଙ୍ଗ ରୋଡ,ଦୟା ୱେଷ୍ଟ କେନାଲ ଉପରେ ପଟିଆ ଷ୍ଟେସନ ଛକଠାରୁ ଜାତୀୟ ରାଜପଥ-୧୬ ପର୍ଯ୍ୟନ୍ତ ରିଙ୍ଗ ରୋଡ , ପିତା ପଲ୍ଲୀ-ତ୍ରିଶୁଳିଆ ରାସ୍ତାର ଇନଷ୍ଟିଚ୍ୟୁଟ ଅଫ ମାଥମେଟିକ୍ସ ଠାରୁ ଏକାମ୍ର କାନନ ପର୍ଯ୍ୟନ୍ତ ନୂତନ ରାସ୍ତା,ଶିଶୁ ଭବନ-ମାଉସୀମା ମଧ୍ୟରେ ଆଉ ଏକ ନୂତନ ଆରବିଓ,ତମାଣ୍ଡୋ-ଚନ୍ଦକା-ବାରଙ୍ଗ-ଧଉଳି-ତମାଣ୍ଡୋ ପର୍ୟ୍ୟନ୍ତ ରିଙ୍ଗ ରୋଡ ନିର୍ମାଣ ବିଷୟରେ ତଥ୍ୟ ଉପସ୍ଥାପନ କରାଯାଇଛି। ସେହିପରି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର-କଟକ-ପୁରୀ ଇକୋନୋମିକ୍‌ ରିଜିଅନ ଗଠନ ଏବଂ ଗ୍ରେଟର ଭୁବନେଶ୍ବର ଗଠନ ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି।

Exit mobile version