ହାଇଦ୍ରାବାଦ: କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।ଅନ୍ୟପକ୍ଷରେ କଂଗ୍ରେସ ହାଇକମାଣ୍ଡ ଏବଂ ତେଲେଙ୍ଗାନା ମୂଖ୍ୟମନ୍ତ୍ରୀ ରେବନ୍ତ ରେଡ଼ୀଙ୍କ ମଧ୍ୟରେ ମତାନ୍ତର ବୃଦ୍ଧି ଉପରେ ଆଲୋଚନା ହୋଇପାରେ
ଅକ୍ଟୋବର 26 ରେ ନୂଆଦିଲ୍ଲୀ ଗସ୍ତ ସମୟରେ ତେଲେଙ୍ଗାନା ର ରାଜ୍ୟ ସଭାପତି ମହେଶ ଗୋଉଡ ଏଆଇସିସି ସଭାପତି ମଲ୍ଲିକାଜୁନ ଖଡଗେ ଓ ରାହୁଲ ଗାନ୍ଧି ଙ୍କୁ ଭେଟିଥିଲେ । ଦଳରେ ଦୃଢ଼ ବିଶ୍ଵାସ ଅଛି ଜାତିଗତ ଜନଗଣନା ଉପରେ ରାଜ୍ୟସ୍ତରୀୟ ପରାମର୍ଶରେ ରାହୁଲ ଗାନ୍ଧି ଯୋଗ ଦେଲେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ପଡ଼ିବ ।