Site icon Enews Odia

”ସବୁ ଅବିବାହିତ ଯୁବକଙ୍କ ବିବାହ କରାଇଦେବି” ଅଜବ ପ୍ରତିଶୃତି ଦେଲେ ବିଧାୟକ ପ୍ରାର୍ଥୀ ।

ମୁମ୍ବାଇ: ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି , ଏହା ଭିତରେ ଏକ ରୋଚକ ଘଟଣା ସାମ୍ନା କୁ ଆସିଛି । ମହାରାଷ୍ଟ୍ର ର ବିଗ୍ ଜିଲ୍ଲାର ପାର୍ଲି ବିଧାନସଭା କ୍ଷେତ୍ର ର NCP ( ଶରତ ପାୱାର ଗୋଷ୍ଠୀ ) ର ପ୍ରାର୍ଥୀ ରାଜେସାହେବ ଦେଶମୁଖ କହିଛନ୍ତି ଯେ ଯଦି ସେ ନିର୍ବାଚନ ଜିତିବେ, ତେବେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ସବୁ ଅବିବାହିତମାନଙ୍କ ବିବାହ କରାଇଦେବେ |

ଏହା କହିବାର ମୂଖ୍ୟ କାରଣ ପାର୍ଲି ବିଧାନସଭା କ୍ଷେତ୍ରରୁ ରାଜ୍ୟ ର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ନିର୍ବାଚନ ଲଢ଼ୁଛନ୍ତି , ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ରାଜ୍ୟର କୃଷି ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ନିର୍ବାଚନ ମଣ୍ଡଳୀକୁ କୌଣସି ଶିଳ୍ପ ଆଣିବାରେ ସକ୍ଷମ ହୋଇନଥିବାରୁ ଏଠାକାର ଯୁବକମାନଙ୍କୁ ରୋଜଗାରରୁ ବଞ୍ଚିତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Exit mobile version