
ସିରିଆରେ ଗୃହ ଯୁଦ୍ଧ ରେ ସରକାର ଶାସନର ପତନ ଘଟିଛି ଦେଶର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ବିରୋଧୀ ଦଳ ଆଲେପ୍ପୋରେ କ୍ୟାଥୋଲିକ୍ ନେତାଙ୍କ ସହ ସେମାନଙ୍କର ବିଜୟର କିଛି ସମୟ ପରେ ସାକ୍ଷାତ କରିଥିଲେ। ଜେନାରୀ କହିଛନ୍ତି ଯେ ବିଦ୍ରୋହୀମାନେ ବିଶ୍ଵବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ବିଭିନ୍ନ ଧାର୍ମିକ ଦଳ ଏବଂ ଖ୍ରୀଷ୍ଟିଆନମାନଙ୍କୁ ସମ୍ମାନ କରିବେ। ସେ କହିଛନ୍ତି, “ଆମେ ଆଶା କରୁଛୁ ଯେ ସେମାନେ ସେମାନଙ୍କର ପ୍ରତିଜ୍ଞା ରକ୍ଷା କରିବେ ଏବଂ ସମନ୍ୱୟ ଆଡ଼କୁ ଗତି କରିବେ |
ସିରିଆରେ ଆକ୍ରମଣ ପରେ ଅବସ୍ଥା ଖରାପ ରହିଛି। ଏହି ସମୟ ମଧ୍ୟରେ ଆମେରିକା ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଦ୍ୱାରା ନିୟନ୍ତ୍ରିତ ସ୍ଥାନଗୁଡିକ ଉପରେ ବୋମାମାଡ଼ କରିଛି। ଆମେରିକା ବର୍ତ୍ତମାନ ସିରିଆକୁ ପୁନଃ ସଂଗଠିତ କରିବାକୁ ଚେଷ୍ଟା କରୁଛି।
ଅସଦଙ୍କ ପତନକୁ ନେଇ ଉତ୍ସବ ଜାରି ରହିଥିବା ବେଳେ ଋଷର ରିପୋର୍ଟରେ କୁହାଯାଇଛି ଯେ ମସ୍କୋ ବାଶାର ଅଲ-ଆସାଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦେଇଛି। TASS ନ୍ୟୁଜ୍ ଏଜେନ୍ସି କ୍ରେମଲିନ୍ ସୂତ୍ରରୁ ପ୍ରକାଶ ଯେ ଏହି ନିଷ୍ପତ୍ତି ମାନବିକ ବିଚାର ଦ୍ୱାରା ପ୍ରେରିତ ହୋଇଛି। ସୂତ୍ରରୁ ପ୍ରକାଶ ଯେ “ସିରିଆ ରାଜନୈତିକ ସଙ୍କଟର ସମାଧାନ ପାଇଁ ଋଷ ସର୍ବଦା କହିଆସିଛି। ଜାତିସଂଘର ମଧ୍ୟସ୍ଥ ଆଲୋଚନା ପୁଣି ଆରମ୍ଭ ହେବ ବୋଲି ଆମେ ଜିଦ୍ ଧରିଛୁ।”