Site icon Enews Odia

ସୁପ୍ରିମକୋର୍ଟ କୁ ମିଳିଲେ ନୂଆ ପ୍ରଧାନ ବିଚାରପତି: ଜଷ୍ଟିସ ସଂଜୀବ ଖାନ୍ନା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କୁ ମିଳିଲା ନୂଆ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା। ଗତ ନଭେମ୍ବର ୮ ତାରିଖ ଦିନ CJI ଡି ୱଇ ଚନ୍ଦ୍ରଚୂଡ ଙ୍କ ଶେଷ କାର୍ଯ୍ୟଦିବସ ରେ ତାଙ୍କୁ ଭାଗ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତାକାଲି ସର୍ବୋଚ୍ଚ ନ୍ୟାୟାଳୟର ୫୧ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଜଷ୍ଟିସ ସଂଜୀବ ଖାନ୍ନା। ଜଷ୍ଟିସ୍ ଖାନ୍ନା ରବିବାର ଅବସର ନେଇଥିବା ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୂଡଙ୍କ ଉତ୍ତରାଧିକାରୀ ହେବେ ଏବଂ ତାଙ୍କର କାର୍ଯ୍ୟକାଳ ମେ 13, 2025 ପର୍ଯ୍ୟନ୍ତ ରହିବ।

ଅକ୍ଟୋବର 16 ରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ସୁପାରିଶ ପରେ ଅକ୍ଟୋବର 24 ରେ କେନ୍ଦ୍ର ଜଷ୍ଟିସ ଖାନ୍ନାଙ୍କ ନିଯୁକ୍ତିକୁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଶୁକ୍ରବାର ଦିନ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଶେଷ କାର୍ଯ୍ୟ ଦିବସ ଥିଲା ଏବଂ ତାଙ୍କୁ ବିଚାରପତି, ଆଇନଜୀବୀ ତଥା ସର୍ବୋଚ୍ଚ କୋର୍ଟର କର୍ମଚାରୀମାନେ ବିଦାୟ ଦେଇଥିଲେ।

Exit mobile version