ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ କ କୈଳାଶ ଗେହଲୋତ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସୋମବାର ବିଜେପିରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ହର୍ଷ ମାଲହୋତ୍ରା , ଦିଲ୍ଲୀର ୟୁନିଟ୍ ସଭାପତି ବିରେନ୍ଦ୍ର ସଚ୍ଚଦେବ ଏବଂ ଜାତୀୟ ଗଣମାଧ୍ୟମ ମୁଖ୍ୟ ଅନିଲ ବାଲୁନି ଙ୍କ ଉପସ୍ଥିତିରେ ଗେହଲୋତ ବିଜେପିରେ ଯୋଗ ଦେଇଥିଲେ।
ସବୁଠାରୁ ମଜାର ବିଷୟ ଏଇ କିଛି ଦିନ ପୂର୍ବରୁ କୈଳାଶ ଗେହଲତ ନାମର ବିଜେପି ୧୧୨ କୋଟି ର ଦୁର୍ନୀତି ଅଭିଯୋଗ ଆଣିଥିଲା କିନ୍ତୁ ଗୋଟିଏ ଦିନ ପୂର୍ବରୁ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇ ଆଜି ବିଜେପି ରେ ସାମିଲ୍ ହେଲେ । ଅନ୍ୟପଟେ ଗଣମାଧ୍ୟମକୁ ସଫେଇ ଦେଇ ଗେହଲୋତ କହିଛନ୍ତି ଯେ ଏକ ମିଥ୍ୟା କାହାଣୀ ନିର୍ମାଣ ପାଇଁ ଉଦ୍ୟମ କରାଯାଉଛି ଯେ AAP ଛାଡିବା ନିଷ୍ପତ୍ତି ଇଡି ଏବଂ ସିବିଆଇ ଚାପର ଫଳାଫଳ ଅଟେ। ସେ କହିଛନ୍ତି ଯେ ପ୍ରକୃତ କଥା ହେଉଛି AAP ଏହାର ମୂଲ୍ୟବୋଧକୁ ସାମ୍ନା କରିଛି। ଗେହଲୋତ କହିଛନ୍ତି ଯେ ବିଜେପିରେ ଯୋଗଦେବା ତାଙ୍କର ନିଷ୍ପତ୍ତି ଏବଂ ସେ କାହାର ଚାପରେ ପଦକ୍ଷେପ ନେଇ ନାହାଁନ୍ତି ।