Site icon Enews Odia

୨୪ ରେ ଆସିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ! ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଭୁବନେଶୂର : ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କରିଛନ୍ତି ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲଣ୍ଡନ ଗ୍ରସ୍ତରୁ ଫେରିବା ପରେ କହିଛନ୍ତି ଆସନ୍ତା ନଭେମ୍ବର ୨୪ ଆସିବ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ମିଳିବ । ସୁନ୍ଦରଗଡ଼ କାର୍ଯ୍ୟକ୍ରମ ରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯିବ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମତେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସହ ଆଉ କିଛି ରାଷ୍ଟ୍ରୀୟ ସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିବେ । ସେ ଆହୁରି କହିଛନ୍ତି ରାଜ୍ୟର କୌଣସି ମହିଳାଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। ଯେଉଁ ମାନେ କୈାଣସି କାରଣରୁ କିସ୍ତି ରୁ ବଞ୍ଚିତ ଅଛନ୍ତି ସେମାନଙ୍କର କଥା ସରକାର ପୁର୍ନବିଚାର କରୁଛନ୍ତି ।

Exit mobile version