ନୂଆଦିଲ୍ଲୀ: ରାଜ୍ୟରେ ହିଂସା ବୃଦ୍ଧି ପାଉଥିବାରୁ ମଣିପୁରର ସୁରକ୍ଷା ପରିସ୍ଥିତିର ଆକଳନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହା ଦ୍ଵତୀୟ ଦିନ ଗୃହମନ୍ତ୍ରୀ ରାଜ୍ୟର ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ।
ଏହି ଆଲୋଚନାରେ ରାଜ୍ୟରେ ସାମ୍ପ୍ରତିକ ବିକାଶ ଓ ରାଜ୍ୟରେ ଶାନ୍ତି ସ୍ଥାପନ କରିବା। ମଣିପୁରର ଅସ୍ଥିର ପରିସ୍ଥିତିକୁ ଅନୁଧ୍ୟାନ କରି ଗୃହମନ୍ତ୍ରୀ ଏହି ଅଞ୍ଚଳରେ ଶାନ୍ତି ସୁନିଶ୍ଚିତ କରିବା ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏଫ୍ଏଫ୍) ଏବଂ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।