ନବରଙ୍ଗପୁର: ଅପ ପୃଷ୍ଟି ଦୂରିକରଣ ନିମନ୍ତେ ସରକାର ଙ୍କ ଅନେକ ଯୋଜନା ରେ ଲକ୍ଷ ଲକ୍ଷ କୋଟି ଖର୍ଛ ହେବା ସତ୍ତ୍ୱେ ଆଉ ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନା କୁ ଆସିଛି। ନବରଙ୍ଗପୁର ଜିଲ୍ଲାରେ ୬୮୧ ଜଣ ଶିଶୁ ଅତିଶୟ କୁପୋଷଣ ର ଶିକାର ହୋଇଥିବା ବେଳେ ୫୦୦୦ ଉର୍ଦ୍ଧ ଶିଶୁ ପୃଷ୍ଟି ହୀନତା ର ଶିକାର ହୋଇଛନ୍ତି। ଯାହା ପାଇଁ ଆଜି ଓଡ଼ିଶାକୁ ଆଉ ଥରେ ବିଶ୍ଵ ଦରବାରରେ ଲଜ୍ଜିତ ହେବାକୁ ପଡିଛି। ସୁଚନା ମୁତାବକ ଜିଲ୍ଲାରେ ୬୮୧ଜଣ ଶିଶୁ ଅତିଶୟ କୁପୋଷଣର ଶିକାର। ସେଥିମଧ୍ୟରୁ ୬ ମାସରୁ ୩ବର୍ଷ ମଧ୍ୟରେ ୪୪୪ଜଣ ଶିଶୁ ରହିଛନ୍ତି। ସେହିପରି ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୨୩୭ଜଣ ଶିଶୁ ରହିଛନ୍ତି। ଏହାବ୍ୟତୀତ ୫ହଜାରରୁ ଅଧିକ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ସମୟରେ କୁପୋଷଣର ଶିକାର ଶିଶୁଙ୍କ ସଂଖ୍ୟା ନେଇ ସାଂଘାତିକ ଖୁଲାସା ହୋଇଥିଲା।
ନବରଙ୍ଗପୁର ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ କେବିକେ ବିକାଶ ନାମରେ ହଜାର ହଜାର କୋଟି ଓ ମହିଳା ଶିଶୁ ବିଭାଗ ତରଫରୁ ଆସୁଥିବା ସମସ୍ତ ପଇସା ର ସଠିକ୍ ବିନିଯୋଗ ହେଉନଥିବାରୁ । ସରକାରୀ ଅର୍ଥରେ ବାଟମାରଣା ସ୍ଥାନୀୟ ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ରର ସଠିକ୍ ପରିଚାଳନା ଅଭାବରୁ ଏ ପରିସ୍ଥିତି ଉପୁଜୁଛି। ମହଙ୍ଗା ମାଡ଼ କାରଣରୁ ସାଧାରଣ ଗରିବ ଲୋକଟିଏ ଦିନ କୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବା କଷ୍ଟ ଦାୟକ । ଯଦି ସରକାର ଙ୍କ ତରଫରୁ ଏହା ଉପରେ ସ୍ଵତନ୍ତ୍ର ଧ୍ୟାନ ନ ଦିଆଯାଏ ଖାଲି ନବରଙ୍ଗପୁର ନୁହେଁ ଓଡିଶାର ଆହୁରି ଅନେକେ ଅଞ୍ଚଳ ରେ ଏହି ସ୍ଥିତ ଆଗକୁ ଆହୁରି ଭୟଙ୍କର ହୋଇପାରେ।