ବିବାହ କୁ ନା କହିବା ରୁ ଅଙ୍ଗନବାଡ଼ି ଦିଦିଙ୍କୁ ହତ୍ୟା ।

ସୁନ୍ଦରଗଡ଼: ଆଜିର ଦୁନିଆରେ ପ୍ରେମର ପ୍ରକୃତ ଅର୍ଥ ଜଣା ନାହିଁ ଜବରଦସ୍ତ ଭଲପାଇବା ଯଦି ଝିଅଟି କୌଣସି କାରଣରୁ ମନା କରିଦିଏ ତା ଉପରେ ବଳ ପ୍ରୟୋଗ କରିବା । ବଳ ପ୍ରୟୋଗ ପରେ ବି ଯଦି ଝିଅ ରାଜି ନ ହୁଏ ତେବେ ତା ଉପରେ ନିଆ ଯାଏ ପ୍ରତିଶୋଧ, ପ୍ରତିଶୋଧ ରୁ ବଳାତ୍କାର ଆଉ ବଳାତ୍କାର ରୁ ହତ୍ୟା ।

ଠିକ୍ ଏଇମିତି ଏକ ଘଟଣା ଘଟି ଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅଞ୍ଚଳ ଜୁମୁଲା ବାହାଲ ପୁରୁଣା ଗାଁ ର ଅଙ୍ଗନବାଡ଼ି ଦିଦି କୁ ହତ୍ୟା କରାଯାଇଛି। ସୁଚନା ମୁତାବାକ ଉକ୍ତ ଗ୍ରାମର ଶରତ କଉଡ଼ି ନାମକ ଜଣେ ଯୁବକ ସେଠାକାର ଅଙ୍ଗନବାଡ଼ି ଦିଦି ଦିବ୍ୟା ଅଢା ଙ୍କୁ ପ୍ରେମ ନିବେଦନ କରିବା ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ , ହେଲେ ଅଙ୍ଗନବାଡ଼ି ଦିଦି ଏହି ପ୍ରସ୍ତାବକୁ ମନା କରିଦେବାରୁ ଏହାର ପ୍ରତିଶୋଧ ନେବାପାଇଁ ଦିବ୍ୟା ଅଙ୍ଗନବାଡ଼ିରୁ ଫେରୁଥିବା ସମୟରେ ପାଖରେ ଥିବା ଜଙ୍ଗଲ ନିକଟରେ ଶରତ ଏକ ଫାର୍ସା ସାହାଯ୍ୟ ରେ ଦିବ୍ୟା ଙ୍କୁ ହତ୍ୟା କରାଯାଇ ଥିବା ର ଅଭିଯୋଗ ହେଇଛି । ଅଭିଯୋଗ ପର ଠାରୁ ଉକ୍ତ ଆସାମି ଗାଁ ରୁ ଫେରାର ହୋଇ କେଉଁ ଆଡେ ପଳେଇଛି , ଏବେ ସମ୍ପୃକ୍ତ ଘଟଣା ର ଛାନଭିନ୍ ପୋଲିସ କରୁଛି ।

  • Related Posts

    ଆଉ ନାହାନ୍ତି ସର୍ଦ୍ଧାର ଜି ଭାରତ ହରେଇଲା ତା’ର ଅମୂଲ୍ୟ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ 92 ବର୍ଷ ବୟସରେ ଦେହାନ୍ତ କରିଛନ୍ତି ।

    ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ଦେହାନ୍ତ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ 92 ବର୍ଷ ବୟସରେ…

    ବର୍ଡର-ଗାଭାସ୍କର ଟ୍ରଫି ରୁ ଆହାତ ଜନିତ ସମସ୍ୟା ପାଇଁ ମହମ୍ମଦ ସାମି ବାଦ : ବିସିସିଆଇ

    ସମସ୍ତ କଳ୍ପନାଜଳ୍ପନା ଏବଂ ବ media ୁଥିବା ଗଣମାଧ୍ୟମ ରିପୋର୍ଟ ମଧ୍ୟରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ମହମ୍ମଦ ଶାମିଙ୍କ ଫିଟନେସ୍ ଉପରେ ଏକ ଅଫିସିଆଲ୍ ଅପଡେଟ୍ ଛାଡିଛି। ବିସିସିଆଇ ନିଶ୍ଚିତ କରିଛି ଯେ ଶାମି…

    Leave a Reply

    Your email address will not be published. Required fields are marked *