
ଭୁବନେଶ୍ୱର -ଓଡିଶା ଓ ଅନ୍ୟ ରାଜ୍ୟମାନଙ୍କୁ ଆଳୁ ପଠାଇବାକୁ ଜିଦ୍ ଧରି ବସିଛନ୍ତି ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ।ଓଡିଶାକୁ ଆଳୁ ଆସି ପାରୁନଥିବାରୁ ବ୍ୟବସାୟୀମାନେ ଅସନ୍ତୋଷ ଅଛନ୍ତି। ସେପଟେ ଏପର୍ଯ୍ୟନ୍ତ ଜିଦରେ ଅଟଳ ଅଛନ୍ତି ପଶ୍ଚିମବଙ୍ଗର ସରକାର ମମତା ବାନାର୍ଜୀ। ସରକାରଙ୍କ ଏଭଳି ଜିଦ୍ ପାଇଁ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ସଂଘ ଓ ଶୀତଳ ଭଣ୍ଡାରର କର୍ମଚାରୀ ମାନେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି |ସରକାରଙ୍କ ନିଷ୍ପତି ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାରର କର୍ମଚାରୀଙ୍କ ମନରେ ଆଘାତ ସୃଷ୍ଟି କରିଛି। ସରକାରଙ୍କ ନିଷ୍ପତିରେ ଅସନ୍ତୋଷ ହୋଇ ପୂର୍ବ ସପ୍ତାହରେ ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାରର କର୍ମଚାରୀ ମାନେ ଅନିର୍ଦ୍ଦିଷ୍ଟ କାଳ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଆଳୁ ଯୋଗାଇବାରେ ବାଧା ସୃଷ୍ଟି ହୋଇଥିଲା ଏବଂ ଭଣ୍ଡାରରେ ତାଲା ପଡିଥିଲା। ବ୍ୟବସାୟୀମାନଙ୍କ ଏଭଳି ଆନ୍ଦୋଳନର କିଛି ସମୟ ମଧ୍ୟରେ ସରକାର ସେମାନଙ୍କ ସହ ଆଲୋଚନା କରିଥିଲେ ଓ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ |
ମମତା ସରକାର କହିଥିଲେ ରାଜ୍ୟ ପାଇଁ ଆବଶ୍ୟକ ମୁତାବକ ଆଳୁ ମହଜୁଦ ରଖାଯାଇ ଅବଶିଷ୍ଟ ଆଳୁ ବାହାର ରାଜ୍ୟକୁ ରପ୍ତାନି କରିବା କାରଣ ଆଳୁ ମହଜୁଦ ରହିବା କାରଣରୁ ଅନେକ ଆଳୁ ପଚି ଯାଉଛି କିନ୍ତୁ ଏପର୍ଯ୍ୟନ୍ତ ବ୍ୟବସାୟୀ ଙ୍କ ସପକ୍ଷରେ କୋୖଣସି ଉପାୟ ବାହାର କରାଯାଇନାହିଁ। ଶେଷରେ ନିରାଶ ହୋଇପୁଣି ଆନ୍ଦୋଳନ କରିବାକୁ ବ୍ୟବସାୟୀ ମାନେ ଅଡ଼ି ବସିଛନ୍ତି। ରାଜ୍ୟ ବ୍ୟବସାୟୀ ମହାସଂଘ ର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ରବିବାର ଦିନ ୧୫୦ ଆଳୁ ରାଜ୍ୟକୁ ଆସିଛି।ସବୁ ମଣ୍ଡିରେ ଆଳୁ ମହଜୁଦ ଅଛି ଏପଟେ ଆଳୁ ଦର ହ୍ରାସ ପାଇବା ନାଁ ନେଉନାହିଁ ଦର ସେହି ୪୦ଟଙ୍କାରେ ରହିଛି। ଦୈନନ୍ଦିନ ଶତାଧିକ ଆଳୁ ଓଡ଼ିଶାକୁ ଆସୁଥିବା ସତ୍ତ୍ୱେ କାହିଁକି ଦର କମୁନାହଁ। ଉକ୍ତ ଦରକୁ ନିୟନ୍ତ୍ରଣ କୁ ଆଣିବା ସରକାରଙ୍କ କାର୍ଯ୍ୟ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି |