
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବା ପହୁଡ଼ ନୀତି ପାଇଁ ରତ୍ନଭଣ୍ଡାର ମରାମତି କାମ ଆଜି ବନ୍ଦ ରହିବ ଏନେଇ ସୂଚନା ଦେଇଛନ୍ତି ASI ଅଧୀକ୍ଷକ ଡିବି ଗଡ଼ନାୟକ।କାନ୍ଥ, ଛାତ ଓ ବିଭିନ୍ନ ଫାଟ ମରାମତି କରାଯିବା ପାଇଁ ପ୍ରାୟ ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଲୁହା ଭାର ବନ୍ଧାଯାଇଛି।ଏଏସଆଇଙ୍କ ଦ୍ଵାରା ନିଯୁକ୍ତ କୁଶଳୀ କାରିଗର ଏହି ଫାଟ ମରାମତି କାର୍ଯ୍ୟ କରିବେ। ପ୍ରଥମେ ଚୂନ ପ୍ଲାଷ୍ଟର ବାହାର କରିଦେଇ ଫାଟ ଥିବା ପଥର ରିପ୍ଲେସ ହେବ।ସମ୍ପୁର୍ଣ୍ଣ ମରାମତି କାର୍ଯ୍ୟ ଉପରେ ଗୁରୁତ୍ବ ଦିଆଯିବ। ରକ୍ତଭଣ୍ଡାର ର କାନ୍ଥରେ ରହିଛି ଅନେକ ଫାଟ ଏବଂ ଚଟାଣରେ ମଧ୍ୟ ଫାଟ ରହିଛି।ଅନେକ ସ୍ଥାନରେ ରହିଛି ମୂଷା ଗାତ। ରତ୍ନଭଣ୍ଡାର କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ଫାଟ ରହିଛି ତାହା ଜି ପି ଆର ସର୍ଭେ ରୁ ସ୍ପଷ୍ଟ ହୋଇଅଛି। ନୀଳଗିରି ରୁ ଆସୁଥିବା ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟରେ ମରାମତି କାର୍ଯ୍ୟ କରାଯିବ। ଷ୍ଟୋନ ବିମ୍ ରେ ଲାଗିଛି କଳଙ୍କି ।ଏହାର ମଧ୍ୟ ମରାମତି କରି ପୁନଃ ସ୍ଥାପନ କରିବ ଏଏସଆଇ।