ଭୁବନେଶୂର : ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କରିଛନ୍ତି ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଲଣ୍ଡନ ଗ୍ରସ୍ତରୁ ଫେରିବା ପରେ କହିଛନ୍ତି ଆସନ୍ତା ନଭେମ୍ବର ୨୪ ଆସିବ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ମିଳିବ । ସୁନ୍ଦରଗଡ଼ କାର୍ଯ୍ୟକ୍ରମ ରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯିବ ମୁଖ୍ୟମନ୍ତ୍ରୀ ମୋହନ ମାଝି ସମତେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ସହ ଆଉ କିଛି ରାଷ୍ଟ୍ରୀୟ ସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହିବେ । ସେ ଆହୁରି କହିଛନ୍ତି ରାଜ୍ୟର କୌଣସି ମହିଳାଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ ସମସ୍ତ ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। ଯେଉଁ ମାନେ କୈାଣସି କାରଣରୁ କିସ୍ତି ରୁ ବଞ୍ଚିତ ଅଛନ୍ତି ସେମାନଙ୍କର କଥା ସରକାର ପୁର୍ନବିଚାର କରୁଛନ୍ତି ।
ଆଉ ନାହାନ୍ତି ସର୍ଦ୍ଧାର ଜି ଭାରତ ହରେଇଲା ତା’ର ଅମୂଲ୍ୟ ରତ୍ନ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ 92 ବର୍ଷ ବୟସରେ ଦେହାନ୍ତ କରିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଗୁରୁବାର ଦେହାନ୍ତ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ସନ୍ଧ୍ୟାରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେ 92 ବର୍ଷ ବୟସରେ…