
ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ଧ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ବନ୍ଧ ଗାଁ ର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତ ଙ୍କ ରକ୍ତାକ୍ତ ମୃତ ଦେହ ତାଙ୍କ ଘର ପାଖ ନାଳ ରୁ ମିଳିଛି । ଖବର ଅନୁଯାୟୀ ଗତ କାଲି ଚିତ୍ତରଞ୍ଜନ ନିଜ ପଞ୍ଚାୟତ ର ଏକ ଅଷ୍ଟପ୍ରହରୀ ନାମଜଜ୍ଞ କାଯ୍ୟାକ୍ରମରେ ଯୋଗଦେବା ପାଇଁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାର କାରଣରୁ ଘର ଲୋକ ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଫୋନ୍ କରିଥିଲେ । ଫୋନ୍ ଟି ସୁଇଜ୍ ଅଫ୍ ଥିବା କାରଣରୁ ଚିତ୍ତରଞ୍ଜନ ସହ ପରିବାର ଲୋକଙ୍କ ଯୋଗାଯୋଗ ହୋଇପାରି ନଥିଲା । ପରିବାରରେ ଲୋକ ରାତିରେ ବୋହୁ ଖୋଜାଖୋଜି ପରେ ମଧ୍ୟ ଚିତ୍ତରଞ୍ଜନ ଙ୍କ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ଗ୍ରାମର କିଛି ଲୋକ ଘର ପାଖ ଦେଇ ଯାଇଥିବା ନାଳରୁ ଚିତ୍ତରଞ୍ଜନ କ୍ଷତାକ୍ତ ମର ଶରୀର ଦେଖିଥିଲେ ।
ସ୍ଥାନୀୟ ଲୋକଙ୍କ ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ତଦନ୍ତ କରୁଛି । ଘର ଲୋକଙ୍କର କହିବା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚିତ୍ତରଞ୍ଜନ କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତିି।